The Topmost

“The eyes believe themselves, the ears believe other people.”

କେମିକାଲ ପ୍ଲାଣ୍ଟରେ ଅଚାନକ ଗ୍ୟାସ ଲିକ୍; ୫୦ରୁ ଉର୍ଦ୍ଧ୍ବ ମହିଳା କର୍ମଚାରୀ ଅସୁସ୍ଥ

ଆନ୍ଧ୍ର ପ୍ରଦେଶ ଆନାକାପଲ୍ଲୀରେ ଅଭାବନୀୟ ଘଟଣା । ସେଠାରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଅଚାନକ ଗ୍ୟାସ ଲିକ୍ ହେବାରୁ ୫୦ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ପ୍ଲାଣ୍ଟ ଆନାକାପଲ୍ଲୀ ଜିଲ୍ଲାର ଅଚ୍ୟୁତପୁରମରେ ଠାରେ ଅବସ୍ଥିତ । ଗ୍ୟାସ ଲିକ୍ ହେବା ସମୟରେ ମହିଳାମାନେ କାରଖାନାରେ କାର୍ଯ୍ୟରତ ଥିଲେ । ପ୍ରାଥମିକ ରିପୋର୍ଟ ଅନୁସାରେ, ମହିଳା କର୍ମଚାରୀମାନେ ପ୍ରଥମେ ବାନ୍ତି ପରେ ଅଚେତ ହୋଇପଡ଼ିଥିଲେ । ସ୍ଥାନୀୟ ପୋଲିସର କହିବା ଅନୁସାରେ, ବ୍ରାଣ୍ଡିକ୍ସ ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି ଘଟଣା ଘଟିଥିଲା । ଗ୍ୟାସ ଲିକ୍ ପରେ ଅଳ୍ପ ମହିଳା ଅସୁସ୍ଥ ହୋଇଥିଲେ । ପରେ ଏହି ସଂଖ୍ୟା ବଢ଼ିଥିଲା । ଅଚ୍ୟୁତପୁରମରେ ବିଷାକ୍ତ ଗ୍ୟାସ ଲିକ୍ ହେବାର ଏହା ପ୍ରଥମ ମାମଲା ନୁହେଁ । ପୂର୍ବରୁ ମଧ୍ୟ ଗ୍ୟାସ ଲିକ୍ ଯୋଗୁଁ ପ୍ରାୟ ୩୦୦ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ସରକାର ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଏକ ଘରୋଇ କେମିକାଲ କମ୍ପାନୀକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ଏବେ ଅଚ୍ୟୁତପୁରମ୍ ଅଞ୍ଚଳରେ ଦ୍ୱିତୀୟଥର ପାଇଁ ବିଷାକ୍ତ ଗ୍ୟାସ ଲିକ୍ ମାମଲା ସାମ୍ନାକୁ ଆସିଛି ।