ଉତ୍ତରକାଶୀ ସିଲ୍କୟାରା ଟନେଲ ଧସିବା ଘଟଣାରେ ଉପରୁ ଆରମ୍ଭ ହୋଇଛି ଡ୍ରିଲିଂ । ଏଥିପାଇଁ ବଡ଼ ବଡ଼ ମେସିନ ନିୟୋଜିତ କରାଯାଇଛି । ଶ୍ରମିକଙ୍କ ଉଦ୍ଧାର ଲାଗି ୨୪ ଘଣ୍ଟିଆ ଚାଲିଛି ରେସକ୍ୟୁ ଅପରେସନ । ଫାଇଭ୍ ପଏଣ୍ଟ ପ୍ଲାନ୍ ଉପରେ ଚାଲିଛି କାମ । ଉପର, ଆଗ, ପଛ ସହ ଦୁଇ ପଟୁ ଚାଲିଛି ଡ୍ରିଲିଂ । ଯଦି ଅଗର ମେସିନ ଠିକଠାକ କାମ କରେ ତେବେ ଆଉ ୨ରୁ ୩ ଦିନ ମଧ୍ୟରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ । ସମାନ୍ତରାଳ ଭାବେ ହରିଜଣ୍ଟାଲ ଡ୍ରିଲିଂ ଉପରେ ମଧ୍ୟ ଫୋକସ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା, ରେଲୱେ ସହ ଏକାଧିକ ସଂସ୍ଥା କାମ କରୁଛନ୍ତି । ସେନାର ବର୍ଡର ରୋଡ୍ ଅର୍ଗାନାଇଜେସନ୍ ଖନନ କାର୍ଯ୍ୟ ଲାଗି ରାସ୍ତା ନିର୍ମାଣ ଜୋରସୋରରେ ଚଳାଇଛି । ରେସକ୍ୟୁ ଲାଗି ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବିଶାଳକାୟ ପାଇପ ବିମାନ ଯୋଗେ ଉତ୍ତରକାଶୀ ଅଭିମୁଖେ ଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ