The Topmost

“The eyes believe themselves, the ears believe other people.”

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ସିଇସି ଓ ଇସି ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନରେ ଅବସ୍ଥାପିତ କରାଯାଉଛି, ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଦାଲତ । ରାଜନୀତିରେ ନଥିବା ତଥା ସ୍ବଚ୍ଛ ବ୍ୟକ୍ତିବିଶେଷଙ୍କୁ ଏହି ପଦବୀରେ ଅବସ୍ଥାପିତ କରିବା ସହ ସ୍ବଚ୍ଛତା ଓ ନିରପେକ୍ଷତା ଭିତ୍ତିରେ ବ୍ୟକ୍ତି ବିଶେଷଙ୍କୁ ଅଭିଷିକ୍ତ କରିବା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ପସନ୍ଦର ବ୍ୟକ୍ତିଙ୍କୁ ଏହି ପଦବୀରେ ନିଯୁକ୍ତି କଲେ ସ୍ୱାଧୀନ ତଥା ନିରପେକ୍ଷ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରତିବନ୍ଧକ ହେବ ବୋଲି କୋର୍ଟ କହିଛନ୍ତି ।