ଗହମର କ୍ରୟ ମୂଲ୍ୟ ହ୍ରାସ ନେଇ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଆଜି ଦେଶର ବିଭିନ୍ନ ସ୍ଥାନରେ ରେଳରୋକ କରିବେ 32ଟି ଚାଷୀ ସଂଗଠନ । ଚାରିଘଣ୍ଟା ଲାଗି ରେଳ ଅବରୋଧ ଆନ୍ଦୋଳନ ଲାଗି ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଯଦି ଏହି ନିଷ୍ପତ୍ତିର ପ୍ରତ୍ୟାହାର ନହୁଏ ତେବେ ଆଗକୁ ଆନ୍ଦୋଳନକୁ ତୀବ୍ର କରିବାକୁ ଦିଆଯାଇଛି ଧମକ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଅନୁସାରେ ହିଁ ଗହମ କ୍ରୟ କରାଯାଉ । ଏହାଠାରୁ କମ୍ ମୂଲ୍ୟରେ ଗହମ କ୍ରୟ କରାଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଧମକ ଦେଇଛନ୍ତି ଚାଷୀ ସଂଗଠନ । ବିକେୟୁ ସାଧାରଣ ସମ୍ପାଦକ ଜଗମୋହନ ସିଂ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ଯୋଗୁ ଗହମର ଗୁଣବତ୍ତା ପ୍ରଭାବିତ ହେଉଛି । ଏକ୍ଷେତ୍ରରେ ଚାଷୀଙ୍ କିଛି କରିବାର ନାହିଁ । ଗତ କିଛି ଦିନ ତଳେ ଗହମର ମାନହ୍ରାସକୁ କାରଣ ଦର୍ଶାଇ ଗହମର କ୍ରୟମୂଲ୍ୟକୁ ହ୍ରାସ କରିବା ଲାଗି ଘୋଷଣା କରିଥିଲେ କେନ୍ଦ୍ର ସରକାର ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ