କେନ୍ଦୁଝରରେ ଡବଲ ମର୍ଡର । ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ନୃଶଂସ ହତ୍ୟା । କେନ୍ଦୁଝର ରାସୋଳ ଝୁମୁକିପାଟିଆ ସାହିରେ ବିଭତ୍ସ ହତ୍ୟା । ବିଳମ୍ବିତ ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ମାନେ ହେଲେ ଉକ୍ତ ଗାଁର ବାହାଡା ମୁର୍ମୁ ଓ ଧାନୀ ମୁର୍ମୁ । ଘଟଣାସ୍ଥଳରେ ହରିଚନ୍ଦନପୁର ଓ ଦୈତାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ, ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବାହାଡ଼ା ମୁର୍ମୁ ଗାଁ ଶାଳରେ ପୂଜାପାଠ କରୁଥିଲେ । ଏହାକୁ ନେଇ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି । ସେପଟେ ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା