ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସାଙ୍ଘାତିକ ଅଭିଯୋଗ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଆଉ ଏଥିରେ ଖୋଦ୍ ବିଜେପି ସାଂସଦ ମନୋଜ ତିୱାରୀ ଷଡଯନ୍ତ୍ରରେ ସାମିଲ ଅଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଏକ ପ୍ରେସମିଟ୍ କରି ସିସୋଦିଆ କହିଛନ୍ତି, ଯିଏ ଯେତେ ଭୟଭୀତ କଲେ ମଧ୍ୟ ଆପ୍ ଏହାକୁ ଡରେ ନାହିଁ । ଦିଲ୍ଲୀ ଉପ-ରାଜ୍ୟପାଳ ବି.କେ ସାକ୍ସେନା ଏହି ଅଭିଯୋଗର ଯାଞ୍ଚ କରିବାକୁ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନୀଷ ସିସୋଦିଆ ଟ୍ୱିଟ୍ କରି ଲେଖିଛନ୍ତି, ଗୁଜରାଟ ଓ ଏମଏସଡି ନିର୍ବାଚନରେ ପରାଜୟ ଭୟରେ ବିଜେପି ଏବେ କେଜ୍ରିୱାଲଙ୍କ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ