ସଂଯୁକ୍ତ କିଶାନ ମୋର୍ଚ୍ଚା ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛି । ଏହାକୁ ନେଇ କୃଷକ ଜିଦ୍ରେ ଅଟଳ ରହିଛନ୍ତି । ଏହି ଯାତ୍ରା ପୂର୍ବରୁ ହରିୟାଣା ଏବଂ ପଞ୍ଜାବର ଶମ୍ଭୁ, ଖନୌରି ସମେତ ସବୁ ସୀମାକୁ ସିଲ୍ କରିଦିଆଯାଇଛି। ସିଙ୍ଘୁ ଏବଂ ଟିକରି ସୀମାରେ ସିମେଣ୍ଟର ବ୍ୟାରିକେଡ ଲଗାଯାଇଛି। ପଞ୍ଜାବରୁ ଆସୁଥିବା କୃଷକଙ୍କ ଗାଡ଼ିକୁ ନ ଛାଡ଼ିବା ଶମ୍ଭୁ ସୀମା ଏବଂ ଫତେହାବାଦରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି। ହରିୟାଣାର ୭ ଜିଲ୍ଲାରେ ରବିବାର ସକାଳ ୬ଟାରୁ ଇଣ୍ଟରନେଟ, ଡଙ୍ଗଲ ଏବଂ ବଲ୍କ ଏସଏମ୍ଏସ ବନ୍ଦ କରିଦିଆଯାଇଛି। ୧୩ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସେହିପରି ହରିୟାଣାର ସୋନିପତ, ଝଜର, ପଞ୍ଚକୁଲା, ଅମ୍ବାଲା, କେଥଲ, ହିସାର, ସିର୍ସା, ଫତେହାବାଦ ଏବଂ ଜିନ୍ଦ ସମେତ ୧୨ ଜିଲ୍ଲାରେ ୧୪୪ ଧାରା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ପଞ୍ଜାବ ଏବଂ ଦିଲ୍ଲୀ ମାର୍ଗରେ ଯାଉଥିବା ଗାଡ଼ିର ଗତିପଥକୁ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାର ହରିୟାଣାକୁ ଅର୍ଦ୍ଧସାମରିକ ବାହିନୀର ୬୪ କମ୍ପାନୀ ପଠାଇଛନ୍ତି। ଏଥିରେ ବିଏସ୍ଏଫ ଏବଂ ସିଆରପିଏଫ୍ ଯବାନ ସାମିଲ ଅଛନ୍ତି । ଦିଲ୍ଲୀର ଗାଜିପୁରକୁ ଲାଗିଥିବା ସୀମାରେ ଦିଲ୍ଲୀ ପୁଲିସ ଧାରା ୧୪୪ ଲଗାଇଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ