ମାଲେସିଆରେ କୁଆଲାଲୁମ୍ପୁରରେ ଭୟଙ୍କର ଭୁସ୍ଖଳନ । ଭୁସ୍ଖଳନରେ ଏପର୍ଯ୍ୟନ୍ତ ୨୧ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ନିଖୋଜ ଅଛନ୍ତି । ମାଟି ଅତଡ଼ା ତଳେ ଫସିଥିବା ବା ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ପ୍ରୟାସ ଜାରି ରଖିଛି । କୁଆଲାଲୁମ୍ପୁର ଠାରୁ ପ୍ରାୟ ୫୦ କି.ମି ଦୂର ସେଲାଙ୍ଗରର ବତାଙ୍ଗ କାଲିରେ ଏକ କ୍ୟାମ୍ପ ସାଇଟରେ ଏହି ଭୁସ୍ଖଳନ ହୋଇଥିଲା । ଯେଉଁଠାରେ ପ୍ରାୟ ୯୦ ଲୋକ ଉପସ୍ଥିତ ଥିଲେ । ଘଟଣା ସମୟରେ ସବୁ ଲୋକେ ଶୋଇଥିଲେ ଏବଂ ସେତେବେଳେ କ୍ୟାମ୍ପ୍ ସାଇଟରୁ ପ୍ରାୟ ୩୦ ମିଟର ଉପରୁ ମାଟି ଅତଡ଼ା ଖସିଥିଲା । ପ୍ରଭାବରେ ପାଖାପାଖି ୩ ଏକର ଜାଗାରେ ମାଟିର ଆସର ଦେଖିବାକୁ ମିଳିଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ