ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ପୋଲିସର ହାତ ଖାଲି । ଏପର୍ଯ୍ୟନ୍ତ ୩ ସିନିୟର ଛାତ୍ରୀଙ୍କର ମିଳୁନି ପତ୍ତା । ଏହା ଭିତରେ ୧୭୦ରୁ ଉର୍ଦ୍ଧ୍ୱ କାରୁବାକୀ ହଷ୍ଟେଲର ଅନ୍ତେବାସୀ ଓ କଲେଜ କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ପୋଲିସ । ଆଜି ବି କମିଶନରେଟ ପୋଲିସ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ କଲେଜ ଯାଇ ଛାନଭିନ୍ କରିବ । ସେପଟେ ଝିଅକୁ ନ୍ୟାୟ ଦାବିରେ ପ୍ରବଳ ବର୍ଷା ସତ୍ତ୍ୱେ ୫ ଦିନ ହେଲା ଧାରଣାରେ ବସିଛନ୍ତି ଚୁଚିକାଙ୍କ ବାପା ମାଆ ଓ ବିଭିନ୍ନ ଛାତ୍ର ସଙ୍ଗଠନ । ଘଟଣାର ସିବିଆଇ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ