କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର ବେଳେ ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ବିବାଦ ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିର୍ବାଚନ କମିଶନର ନୋଟିସ୍ ଜାରି କରିଛନ୍ତି । କର୍ଣ୍ଣାଟକର ଖାତି ଓ ସାର୍ବଭୌମତ୍ୟ ଓ ଅଖଣ୍ଡତା ବିରୋଧରେ ବିପଦ ସୃଷ୍ଟି କରିବାକୁ ଉଦ୍ୟମ କଲେ କଂଗ୍ରେସ ତାହା କରିବାକୁ ଦେବ ନାହିଁ । କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକ ନିର୍ବାଚନୀ ସଭାରେ ଦେଇଥିବା ଏହି ମନ୍ତବ୍ୟକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହା ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେପି । ସୋନିଆଙ୍କ ମନ୍ତବ୍ୟ ବିଭାଜନକାରୀ ବୋଲି ବିଜେପି ଅଭିଯୋଗ ଆଣିଛି । ବିଜେପି ଅଭିଯୋଗ ଆଣିଛି ଯେ, ସାର୍ବଭୌମତ୍ୟ ସଂଜ୍ଞା, କେବଳ ଏକ ସ୍ୱାଧୀନ ଦେଶ ପାଇଁ ପ୍ରଯୁଜ୍ୟ । ଭାରତ ଏକ ସାର୍ବଭୌମ୍ୟ ଦେଶ ଏବଂ କର୍ଣ୍ଣାଟକ ଏହାର ଗର୍ବୀତ ଅଂଶ । ତେଣୁ ସୋନିଆଙ୍କ ଏଭଳି ମନ୍ତବ୍ୟ ଅଗ୍ରହଣୀୟ । ଏହା ଆଦର୍ଶ ଆଚରଣବିଧ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି ବିଜେପି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ