ନଦୀରେ ଖସିପଡିଲା ସେନା ଗାଡି । ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ସିନ୍ଧୁ ନଦୀରେ ଖସିପଡିଛି ସେନା ଗାଡି । ଫଳରେ ଏଥିରେ ଯାଉଥିବା ୮ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଛନ୍ତି । ସୂଚନା ମୁତାବକ, ସିଆରପିଏଫ୍ ଯବାନ୍ ବାଲଟାଲ ରାସ୍ତାରେ ଅମରନାଥ ଗୁମ୍ଫା ଅଭିମୁଖେ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଆହତଙ୍କୁ ବାଲଟାଲ ବେସ୍ ଶିବିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ