ବଜାରରୁ ଫେରିବ ୨ ହଜାର ଟଙ୍କିଆ ନୋଟ । କିନ୍ତୁ ବୈଧ ରହିବ ନୋଟ । ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ୨ହଜାର ଟଙ୍କିଆ ନୋଟ ବନ୍ଦ କରାଯିବା କରେନ୍ସି ମ୍ୟାନେଜମେଣ୍ଟର ଏକ ପ୍ରକ୍ରିୟା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ନୋଟ ବଦଳାଇବା ପାଇଁ ୪ ମାସ ସମୟ ଅଛି । ବ୍ୟାଙ୍କରେ ଭିଡ଼ ନକରି ନିଜ ସମୟ ହିସାବରେ ନୋଟ ବଦଳାଇବାକୁ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ୨ହଜାର ଟଙ୍କିଆ ନୋଟର ସର୍କୁଲେସନ ୫୦ପ୍ରତିଶତରୁ କମ୍ ହୋଇଯିବା ପରେ ଏହାର ପ୍ରିଣ୍ଟିଂରେ ରୋକ ଲଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ