ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଥିବା ବାୟୁର ଚଳାଚଳ ପଶ୍ଚିମ ଦିଗରୁ ପ୍ରବାହିତ ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଏହାର ପରିମାଣ ବଢିବା ନେଇ ଆକଳନ କରାଯାଇଛି । କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁ ମୌସୁମୀ ଅନୁକୂଳ ପାଗ ଦେଖାଦେଇଛି । ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ ବୋଲି କୁହାଯାଉଛି । ସେହିପରି ଆଜିଠୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ କାଲି ଓ ୨୪ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ । ଜୁନ ମାସରେ ଅତି କମରେ ୧୫୧ ଦଶମିକ ୬ ମିଲିମିଟର ବର୍ଷା ହେବା କଥା । ହେଲେ ଜୁନ ୨୧ ସୁଦ୍ଧା ମାତ୍ର ୩୧ ଦଶମିକ ୨ ମିଲିମିଟର ବର୍ଷା ହୋଇଛି । ଯାହା ୭୯ ଦଶମିକ ୪ ପ୍ରତିଶତ କମ୍ ରହିଛି।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା