ଉତ୍ତରାଖଣ୍ଡରେ ବନ୍ୟାର ପ୍ରଖର ଜଳରେ କାର୍ ଭାସିଗଲେ ୧୧ ଯାତ୍ରୀ । ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ପଞ୍ଜାବରୁ କିଛି ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ଏକ କାର୍ ଢେଲ୍ବା ନଦୀରେ ପଡ଼ି ପ୍ରଖର ସ୍ରୋତରେ ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି । କାର୍ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୫ଜଣଙ୍କ ଶବ ଉକ୍ତ କାର୍ ମଧ୍ୟରେ ଫସି ରହିଛି । ତେବେ ସେମାନଙ୍କ ଶବ ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ