ଇରାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣାକୁ ନେଇ ଜରୁରୀକାଳୀନ ବୈଠକ ଡାକିଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱଲ ଉଲ୍ ହକ । ଦେଶର ସୁରକ୍ଷା ସ୍ଥିତି ନେଇ ଜାତୀୟ ସୁରକ୍ଷା କମିଟି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ । ଆକ୍ରମଣ ଘଟଣା ପରେ ସୁରକ୍ଷା ସ୍ଥିତି ନେଇ ସେ ସମୀକ୍ଷା କରିଛନ୍ତି । ଇରାନ ଉପରେ ପାକିସ୍ତାନର ଡ୍ରୋନ ହମଲା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶ ପଡୋଶୀ ହୋଇଥିବାବେଳେ ଆକ୍ରମଣ ପରେ ଶାନ୍ତି ବଜାୟ ରଖିବାକୁ ଆଲୋଚନା କରିଛନ୍ତି । ପ୍ରଥମେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଇରାନ । ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କୀ ସଂଗଠନ ଅନୱର ଉଲ୍ ଅଦଲର ଠିକଣା ଉପରେ ଆକ୍ରମଣ କରିଥିଲା କହିଥିଲା ଇରାନ । ଏଥିରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କୀ ସଂଗଠନକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରିଥିବା କହିଥିଲା ଇରାନ । ଏହାର ଦୁଇ ଦିନ ପରେ ଇରାନ ଉପରେ ପାକିସ୍ତାନ କରିଥିଲା ହମଲା । ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଇରାନ ଉପରେ ପାକିସ୍ତାନ ପ୍ରିସିଜନ୍ ଷ୍ଟ୍ରାଇକ କରିଛି । କିଲର ଡ୍ରୋନ ଓ ରଟେଡ୍ ମାଡ କରିଥିଲା ପାକିସ୍ତାନ । ଦେଶର ସାର୍ବଭୌମତ୍ବ ସହ କେବେ ବି ସାଲିସ କରାଯିବନାହିଁ ବୋଲି କହିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ
“The eyes believe themselves, the ears believe other people.”
More Stories
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍