ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା । ପୁଣିଥରେ ଗୃହକୁ ଦିନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ ବାରମ୍ବାର ଗୃହ ମୁଲତବି ହେଉଛି । ପ୍ରଥମେ ପୋଡିୟମ ତଳେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ୧୨ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି । ପରେ ଗୃହକାର୍ଯ୍ୟ ଆରମ୍ଭରୁ ପୁଣିଥରେ ବିରୋଧୀଙ୍କର ସମାନ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଆଉ ୪୫ ମିନିଟ୍ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଗୃହକାର୍ଯ୍ୟ ଯେପରି ସ୍ୱାଭାବିକ ହେବ ସେଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା । କିନ୍ତୁ ସର୍ବଦଳୀୟ ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଫଳରେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ହଙ୍ଗାମା କରିଥିଲେ । ଯେଉଁଥିପାଇଁ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା