କାନାଡା ବ୍ରିଟିଶ୍ କଲମ୍ବିଆରେ ଫାୟାରିଂ । ଏଥିରେ ୨ ପ୍ରବାସୀ ଭାରତୀୟଙ୍କ ସହ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଛି । ଏବଂ ଆଉ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୃତକମାନେ ଘରଦ୍ବାର ବିହିନୀ ଥିଲେ ବୋଲି କୁହାଯାଉଛି । ପୋଲିସ ସେହି ଅଞ୍ଚଳକୁ ଜଗି ରହିଥିବାବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛି । ତେବେ କେଉଁ କାରଣ ପାଇଁ ଏହି ଫାଇରିଂ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏନେଇ ଜଣଙ୍କୁ ଅଟକ ରଖାଯାଇଛି । ୧୦ ଦିନ ତଳେ ମଧ୍ୟ କାନାଡାରେ ରିପୁଦମନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ପୋଲିସ ଆଲର୍ଟ ଜାରି କରି ଲୋକଙ୍କୁ ଆକ୍ରମଣସ୍ଥଳକୁ ଯିବାକୁ ବାରଣ କରିଛି । ସହରର ଜନବହୁଳ ଅଞ୍ଚଳ ଦେଇ ଯାଇଥିବା କିଛି ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହାସହ ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍