The Topmost

“The eyes believe themselves, the ears believe other people.”

କଲବଲ କରୁଛି ଦରଦାମ୍ ବୃଦ୍ଧି..

ସାଙ୍ଘାତିକ ଦରଦାମ ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଶ୍ରୀଲଙ୍କାବାସୀ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିଯାଇଛି । ଦିନକୁ ଦୁଇ ଓଳି ଖାଇବା ବି ମୁସକିଲ ହୋଇପଡିଲାଣି । ଏବେ ଶ୍ରୀଲଙ୍କାରେ ସେଓ କିଲୋ 16 ଶହ ଟଙ୍କାରେ ବିକ୍ରି ହେଉଛି । କାଜୁ ଶହେ କିଣିବା ପାଇଁ 600 ଟଙ୍କା ଦେବାକୁ ପଡୁଛି । ଅନ୍ୟ ଫଳ ଓ ଡ୍ରାଏଫ୍ରୁଟ୍ ଗୁଡିକର ଦାମ ମଧ୍ୟ ଆକାଶ ଛୁଆଁ ହୋଇଛି । ପିଜୁଳି ଦର ଜାନୁଆରୀରେ କିଲୋ ପିଛା 300 ଟଙ୍କା ଥିବାବେଳେ ଏବେ ଏହା 600 ଟଙ୍କାରେ ପହଞ୍ଚିଛି । ଆମ୍ବ ଦର 600 ଟଙ୍କା ରହିଛି । 50 ରୁ 100 ଟଙ୍କାରେ କଦଳୀ ଡଜନ ମିଳୁଥିବାବେଳେ ଏବେ ଏହା 300 ଟଙ୍କା ରହିଛି । କମଳା ଦର କିଲୋ ପିଛା 1500 ଟଙ୍କାରେ ପହଞ୍ଚିଛି । ଯାହାକି ଜାନୁଆରୀରେ 350 ଟଙ୍କା ଥିଲା । ଗୋଟିଏ ନଡିଆର ଦାମ 150 ଟଙ୍କା ରହିଛି । ଯାହା ଜାନୁଆରୀରେ 70 ଟଙ୍କା ରହିଥିଲା । ଏପଟେ ସ୍ଥିତି ଦନକୁ ଦିନ ସଙ୍ଗୀନ ହେବାରେ ଲାଗିଥିବାବେଳେ ସେପଟେ ଭାରତକୁ ଛାଡି ଦେଲେ ଅନ୍ୟ କୌଣସି ଦେଶ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଉନାହାନ୍ତି ।

SHARE BY