The Topmost

“The eyes believe themselves, the ears believe other people.”

କର୍ଣ୍ଣାଟକବାସୀଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା 

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା କଂଗ୍ରେସ । ଦଳପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସହିତ ଲୋକମାନଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ଏବଂ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଏହାସହ କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ଆସିଲେ, ୨ ଶହ ୟୁନିଟ୍ ମାଗଣା ବିଜୁଳି ଯୋଗାଇବ । ତା ସହିତ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଲେଖାଏଁ ଟଙ୍କା ଦେବ କଂଗ୍ରେସ ସରକାର । ଖାଲି ସେତିକି ନୁହେଁ, କଂଗ୍ରେସର ଘୋଷଣା ପତ୍ରରେ ବେରୋଜଗାର ସ୍ନାତକଙ୍କ କଥାକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସେମାନଙ୍କୁ ଦୁଇ ବର୍ଷ ପାଇଁ ମାସିକ ୩ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ସେହିପରି ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସିକ ଦେଢ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କୁହାଯାଇଛି ।