The Topmost

“The eyes believe themselves, the ears believe other people.”

କର୍ଣ୍ଣାଟକ ସରକାରଙ୍କ ନୂଆ ନିୟମ

କର୍ଣ୍ଣାଟକରେ ବ୍ୟାନ୍ ହେଲା ହୁକ୍କା । ହୁକ୍କା ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର । ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର । ତେବେ ରାଜ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ହୁକ୍କା ଉପରେ ବ୍ୟାନ୍ ଲଗାଇବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ହୁକ୍କା ଉପରେ ବ୍ୟାନ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଧୂମ୍ରପାନକୁ ନେଇ ଦେଖା ଦେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ଏପରି ବ୍ୟାନ୍ ଲଗାଯାଇଛି । ଅନ୍ୟପଟେ ଭବିଷ୍ୟତର ପିଢିକୁ ଏକ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ବାତାବରଣ ଦେବା ଆମ କାମ ବୋଲି କହିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ।