The Topmost

“The eyes believe themselves, the ears believe other people.”

କର୍ଣ୍ଣାଟକ ନିର୍ବାଚନକୁ ନେଇ ଚିନ୍ତାରେ BJP ଓ କଂଗ୍ରେସ 

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସ ବାକି ରହିଲା । ତେବେ ଏପର୍ଯ୍ୟନ୍ତ ଦୁଇ ମୁଖ୍ୟ ଜାତୀୟ ଦଳ ବିଜେପି ଅବା କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନି । ଆଞ୍ଚଳିକ ଦଳ ଜେଡିଏସ୍ ଏଚଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ତେବେ କାହିଁକି ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କ ନେତ୍ୱତ୍ୱରେ ବିଜେପି ନିର୍ବାଚନ ଲଢିବ ବୋଲି ସ୍ଥିର କରିଛି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ କିଛି ଘୋଷଣା କରାଯାଇନାହିଁ । ସେପଟେ କଂଗ୍ରେସ ସରକାର ଗଢିବ ବୋଲି ସି-ଭୋଟର ସର୍ଭେ କହିଛି । କିନ୍ତୁ ଏହା ପରେ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । କାରଣ ଦଳରେ ଥିବା ଗୋଷ୍ଠୀକନ୍ଦଳ । ଯଦି ଦଳ ଏବେଠୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁଛି ତେବେ ଦଳ ଭିତରେ ବିଦ୍ରୋହ ସୃଷ୍ଟି ହୋଇପାରେ । ତେଣୁ ଦଳ କହିଛି ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଚୟନ ହେବ ।