August 29, 2025

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ଗୋଟିଏ ବି ସର୍ଭେରେ ବିଜେପିକୁ ମିଳିଲାନି ବହୁମତ। ମାସକ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଗତକାଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ନିର୍ବାଚନ ତାରିଖ ଘୋଷଣା କରିଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସଂସ୍ଥା ପକ୍ଷରୁ ଓପିନିଅନ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଆଗାମୀ ନିର୍ବାଚନରେ ବିଭିନ୍ନ ଦଳର ପ୍ରଦର୍ଶନକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ବିଜେପି ସରକାର ଗଠନ କରିବା ଭଳି ସ୍ଥିତିରେ ନାହିଁ । ଏବେ କର୍ଣ୍ଣାଟକରେ ବିଜେପି ସରକାରରେ ରହିଛି । ଏବିପି ସି-ଭୋଟର ସର୍ଭେରେ ୨୨୪ ଆସନରୁ ବିଜେପି ମାତ୍ର ୬୮ରୁ ୮୦ ସିଟ ମିଳିପାରେ ବୋଲି ରିପୋର୍ଟ ଆସିଛି। କଂଗ୍ରେସକୁ ୧୧୫ରୁ ୧୨୭ ଆସନ ମିଳୁଥିବା ବେଳେ ଜେଡିଏସ ୨୩ରୁ ୨୫ ସିଟ ମିଳିପାରେ। ଯଦି ସର୍ଭେ ସତ ହୁଏ, ତେବେ କଂଗ୍ରେସକୁ ସରକାର ଗଠନ ପାଇଁ ଆଉ ମାତ୍ର କେଇଟା ଆସନର ଆବଶ୍ୟକ ପଡ଼ିପାରେ।

SHARE BY