ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଅନୁମତି ମିଳିଛି । ତେବେ ଏହି ଅନୁମତି ପ୍ରଦାନ କରିଛନ୍ତି ଆଟମିକ ଏନର୍ଜି ରେଗୁଲେଟିଂ ବୋର୍ଡ । ପ୍ରତିଦିନ ୧୫ରୁ ୨୦ଜଣ ରୋଗୀଙ୍କର ଅର୍ଥାତ୍ ସପ୍ତାହକୁ ୧୨୦ ଜଣଙ୍କର ପେଟ୍ ସିଟିସ୍କାନ କରାଯିବା ପାଇଁ ଅନୁମତି ମିଳିଛି । ଏହି ପ୍ରକ୍ରିୟା ସୋମବାର, ଅଗଷ୍ଟ ୨୯ ତାରିଖରୁ ପରୀକ୍ଷାମୂଳକଭାବେ ଆରମ୍ଭ କରାଯିବ । ପିପିପି ମୋଡରେ ଏହାକୁ କାର୍ଯ୍ୟକାରୀ କରାଯିବ । କିନ୍ତୁ, ରବିବାର ଅର୍ଥାତ୍ ଛୁଟିଦିନରେ ଏହା ବନ୍ଦ ରହିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ପରୀକ୍ଷା କରାଯିବ । ନିର୍ମାଣାଧୀନ ଲିନାକ କୋଠାର ପ୍ରଥମ ମହଲାରେ ମେସିନକୁ ବସାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା