The Topmost

“The eyes believe themselves, the ears believe other people.”

କରର୍ଣ୍ଣାଟକ ସରକାରଙ୍କ କଡା ନିୟମ

କର୍ଣ୍ଣାଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସଂକ୍ରମଣର ଭୟ ଭିତରେ ଏଭଳି ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ବାସବରାଜ ବୋମାଇ ସରକାର- ସ୍କୁଲ, କଲେଜ, ସିନେମା ହଲ, ଥିଏଟର ଭଳି ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟ, ପବରେ ମାସ୍କ ପିନ୍ଧି ଜିରୋନାଇଟ ସେଲିବ୍ରେସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ କଟକଣା ଲାଗୁ କରାଯିବ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର । କରୋନା ସଂକ୍ରମଣକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସତର୍କ ହୋଇଛି । କୋଭିଡ ଗାଇଡ ଲାଇନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଅପିଲ କରିଛନ୍ତି ।