ef

କରଣ ଜୋହରଙ୍କ ଫିଲ୍ମ ପାଇଁ ପୁଣି ବଢିଲା ଅଡୁଆ

ଚଳଚ୍ଚିତ୍ର ର୍ନିମାତା କରଣ ଜୋହର ତାଙ୍କର ଆଗାମୀ ଚଳଚ୍ଚିତ୍ର ଜୁଗ୍‌ ଜୁଗ୍‌ ଜିଓ ପାଇଁ ସମ୍ବାଦରେ ଅଛନ୍ତି । ବର୍ତ୍ତମାନ ଏହି ଚଳଚ୍ଚିତ୍ର ସମ୍ପର୍କରେ କରଣ ଜୋହରଙ୍କ ବିରୋଧରେ ଦୁଇଟି ଅଭିଯୋଗ ଆସିଛି । ଯେଉଁଥିରେ କୁହାଯାଇଛି ଯେ କରଣ ଫିଲ୍ମର କାହାଣୀ ଏବଂ ଏକ ଗୀତ ମଧ୍ୟ ଚୋରି କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲର ଦେଖିବା ପରେ ଜଣେ ଉପଭୋକ୍ତା ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରି ର୍ନିମାତାମାନଙ୍କୁ ଜୁଗ୍‌ ଜୁଗ୍‌ ଜିଓର କାହାଣୀ ଚୋରି କରିଥିବା ଅଭିଯୋଗ କରିଥିଲେ । ଏଥିସହିତ ଜଣେ ପାକିସ୍ତାନୀ ଗାୟକ ମଧ୍ୟ ଏହି ପୋଷ୍ଟକୁ ସେୟାର କରିଛନ୍ତି ଏବଂ ତାଙ୍କ ବିନା ଅନୁମତିରେ ଫିଲ୍ମରେ ତାଙ୍କ ଗୀତ ବ୍ୟବହାର କରିବା ବିଷୟରେ ଆଲୋଚନା କରିଛନ୍ତି ।

ଅଭିଯୋଗ କରିଛନ୍ତି ବିଶାଲ ଏ ସିଂ ନାମକ ଜଣେ ସୋସିଆଲ ମିଡିଆ ୟୁଜ ।ର୍ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ଜାନୁଆରୀ ୨୦୨୦ରେ ସ୍କ୍ରିନ୍‌ ରାଇଟର୍ସ ଆସୋସିଏସନ୍‌ ଇଣ୍ଡିଆ ସହିତ ବନି ରାନି ଟାଇଟଲ୍‌ ନାମକ ଏକ କାହାଣୀ ପଞ୍ଜୀକୃତ କରିଥିଲି । ମୁଁ ମଧ୍ୟ ଏହି କାହାଣୀକୁ ଫେବୃଆରୀ ୨୦୨୦ରେ କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସକୁ ମେଲ୍‌ କରିଥିଲି । ତାଙ୍କ ସହିତ ଚଳଚ୍ଚିତ୍ର କିରବା ପାଇଁ ସେ ମୋତେ ଉତ୍ତର ମଧ୍ୟ ଦେଇଛନ୍ତି । କି;ୁ, ବର୍ତ୍ତମାନ ସେମାନେ ମୋର କାହାଣୀ ନେଇଛନ୍ତି । ମୋ କାହାଣୀକୁ ନେଇ ସେ ଜୁଗ୍‌ ଜୁଗ୍‌ ଜିଓ ତିଆରି କଲେ ।

ତେବେ ବିଶାଲ ୨୦୨୦ ରେ କରଣ ଜୋହରଙ୍କ ପ୍ରଡକ୍ସନ୍‌ ହାଉସ୍‌ ଧର୍ମ ପ୍ରଡକ୍ସନକୁ ପଠାଯାଇଥିବା ମେଲର ସ୍କ୍ରିନସଟ୍‌ ମଧ୍ୟ ସେୟାର କରିଛନ୍ତି । ସ୍କ୍ରିନସଟରେ ଫିଲ୍ମର କାହାଣୀ ମଧ୍ୟ କୁହାଯାଇଛି । ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଯଦି କାହାଣୀଟି ଭଲ, ତେବେ କଥାବାର୍ତ୍ତା କର, ଚୋରି କରିବା ପାଇଁ ଏହା କୌଣସି ଖ୍ୟାତିସମ୍ପନ୍ନ ବ୍ୟାନର କିମ୍ବା ପ୍ରଡକ୍ସନ୍‌ ହାଉସକୁ ଶୋଭା ପାଉନି । ତେବେ ଏପରି ଘଟଣା ପରେ କରଣ ନିଜର ଜବାବରେ ଏ କଥାକୁ ବିଲକୁଲ୍‌ ଭିତ୍ତିହୀନ ବୋଲି କିହଛନ୍ତି ।

jug jug jio @thetopmost-01

https://twitter.com/Vishal_FilmBuff/status/1528316877990076417?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1528316877990076417%7Ctwgr%5E%7Ctwcon%5Es1_&ref_url=about%3Asrcdoc

https://twitter.com/AbrarUlHaqPK/status/1528348810786787328?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1528348810786787328%7Ctwgr%5E%7Ctwcon%5Es1_&ref_url=about%3Asrcdoc

https://thetopmost.in/?p=1022

https://thetopmost.in/?p=2608

https://thetopmost.in/?p=1497

https://thetopmost.in/?p=1022

SHARE BY