ଭୁବନେଶ୍ୱର: ଫେବୃଆରୀ ୨୨: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ତପସ୍ୱିନୀଙ୍କୁ ଦିଆଯାଉଥିବା ପାରିତୋଷିକକୁ ହ୍ରାସ କରି ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା ଯୋଗୁଁ ପାରିତୋଷିକ ହ୍ରାସ ଅପିଲ ଥିଲା। ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି। ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ତପସ୍ୱିନୀଙ୍କୁ ମାସିକ ୧୭ ହଜାର ନୁହେଁ, ୧୦ ହଜାର ଟଙ୍କା ଦେବେ ସୁମିତ୍।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା