ଭୁବନେଶ୍ୱର ପରେ କଟକରେ ମଧ୍ୟ ମାସ୍କ ହେଲା ବାଧ୍ୟତାମୂଳକ । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । ଖାଲି ସେତିକି ନୁହେଁ, କଟକକୁ ବାହାରୁ ଯାଉଥିବା ସମସ୍ତ ଲୋକଙ୍କ ପାଇଁ ମଧ୍ୟ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସିଏମସି ତରଫରୁ ଯେଉଁ ବିଜ୍ଞପ୍ତ ଜାରି କରି ଏହି ସୂଚନା ଦିଆଯାଇଛି, ସେଥିରେ ଉଲ୍ଲେଖ କରାଯାଇଛି ଯେ, କଟକ ସହର ଭିତରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନକୁ ଗଲେ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି