August 10, 2025

କଙ୍ଗନା ଏତେ ବଡ଼ ଆରୋପ ଲଗାଇଦେଲେ: ଜାଭେଦ ଅଖତାର

ପୁଣି ଥରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଆରୋପକୁ ନେଇ ମୁହଁ ଖୋଲିଲେ ଜାଭେଦ ଅଖତାର । କଙ୍ଗନା ରାଣାୱତ ୨୦୨୦ମସିହାରେ ଏକ ସାକ୍ଷାତକାର ସମୟରେ ଜାଭେଦ ଅଖତାରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ। ସେ ସମୟରେ ଜାଭେଦ ଅଖତାର ତାଙ୍କ ଆରୋପକୁ ଗୁରୁତ୍ବ ଦେଇନଥିଲେ। ହେଲେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରାନାୱତ ପୁଣି ଥରେ ଏହି ପ୍ରସଙ୍ଗ ଉଠାଇବାରୁ ଜାଭେଦ ଅଖତାର କଙ୍ଗନାଙ୍କ ବିବୃତିକୁ ବିରୋଧ କରି କୋର୍ଟରେ ପହଞ୍ଚିଥିଲେ। ଏହି ମାମଲାର ଶୁଣାଣି ବୁଧବାର କରାଯାଇଥିବା ବେଳେ ନିଜର ପକ୍ଷ ରଖି କଙ୍ଗନାଙ୍କ ଆରୋପକୁ ମିଛ ବୋଲି କହିଛନ୍ତି ଜାଭେଦ। ସେ କହିଛନ୍ତି ଯେ, ମୁଁ ଲକ୍ଷ୍ନୌରୁ ଆସିଛି ଏବଂ ସେଠାରେ ବଡ଼ ହେଉ କି ସାନ ତୁ ବୋଲି କେହି କୁହନ୍ତି ନାହିଁ। ମୁଁ ମୋଠାରୁ ୩୦-୪୦ ବର୍ଷ ସାନ ବ୍ୟକ୍ତିଙ୍କୁ ମଧ୍ୟ ଆପଣ କହି ସମ୍ବୋଧନ କରେ। ମୁଁ କେବେ ବି ମୋର ଓକିଲଙ୍କୁ ତୁ ବୋଲି କହି ନାହିଁ। ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ନେଇ ମୁଁ ଆଶ୍ଚର୍ଯ୍ୟ। ଫେବ୍ରୁଆରି ୨୦୨୦ରେ ଏକ ସାକ୍ଷାତକାରରେ କଙ୍ଗନା ମୋ ବିରୋଧରେ ଅଭିଯୋଗ ଆଣିଥିଲେ। ସେତେବେଳେ ମୁଁ ଏହାକୁ ଗୁରୁତ୍ବ ଦେଇନଥିଲି। ଏହାର କିଛି ମାସ ପରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପ‌ରେ କଙ୍ଗନ‌ା  ମୋ ଉପରେ ଆତ୍ମହତ୍ୟା କରିବାକୁ ଉସୁକାଉଥିବାର ଆରୋପ ଲଗାଇଥିଲେ, ଯାହା ମୋତେ ଅପମାନିତ କରିଥିଲା। ସେ ଏହା ମଧ୍ୟ କହିଥିଲେ ଯେ ମୁଁ ଏକ ଆତ୍ମହତ୍ୟା ଗୋଷ୍ଠୀର ଅଂଶ ଏବଂ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଉଛି। କିନ୍ତୁ ଏହା ଆଦୌ ସତ୍ୟ ନୁହେଁ।

SHARE BY