The Topmost

“The eyes believe themselves, the ears believe other people.”

D

କଙ୍ଗନା ଆସିବେ ଏମରଜେନ୍ସିର ଇନ୍ଦିରା ଗାନ୍ଧୀ ରୂପରେ

ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ପରବର୍ତ୍ତୀ ପ୍ରୋଜେକଫ ଏମରଜେନ୍ସି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୂତ୍ରରୁ ଜଣାପଡିଛି ଯେ ଏହାର ସୁଟିଂ ଜୁଲାଇରୁ ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା, କଙ୍ଗନା କ୍ରିଏଟିଭ୍‌ ଟିମ୍‌ ସହିତ ପ୍ରାରମ୍ଭିକ ସାକ୍ଷାତ କରିଛନ୍ତି । କଙ୍ଗନା ଏହି ଚଳଚ୍ଚିତ୍ରରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରକୁ ମହିଳା ସଶକ୍ତିକରଣ ସହିତ ଯୋଡି ଉପସ୍ଥାପନ କରିବେ । ତେବେ ଗୁଲାବି ଫିଲ୍ମର ରାଇଟର ରିତେଶ ଶାହା ଏହି ଚଳଚ୍ଚିତ୍ର ଲେଖୁଛନ୍ତି । କଙ୍ଗନା ଏହାକୁ ନିଜେ ନିର୍ଦ୍ଦେଶନା ଦେବେ । କଙ୍ଗନା କୁହନ୍ତି, ଆମେ ବହୁତ ଗବେଷଣା କରିଛୁ । ଆମେ ତାଙ୍କ ବହିର ଅଧିକାର ମଧ୍ୟ ନେଇଛୁ । ଜରୁରୀକାଳୀନ ପ୍ରସଙ୍ଗ, ଯାହା ପରେ ମିଡିଆ ସେନ୍ସରରେ ଦମନ କରାଯାଇଥିଲା । ଆମର ଚଳଚ୍ଚିତ୍ର ତାହା ଉପରେ ଆଧାରିତ ।

ରାଜନୈତିକ ବିକାଶ ଦୃଷ୍ଟିରୁ ଜରୁରୀକାଳୀନ ପର୍ଯ୍ୟାୟ ଅତ୍ୟନ୍ତ ରୋମାଞ୍ଚକର । କାରଣ ସେଠାରେ ଜଣେ ମହିଳା ପ୍ରଧାନମନ୍ତ୍ରୀ ଥିଲେ, ସେ ଦେଶକୁ ଏକ ଖୋଲା ଜେଲରେ ପରିଣତ କରିଥିଲେ । ଭଲ ଏବଂ ମନ୍ଦର ଧାରଣା ମଧ୍ୟ ସମୟ ସହିତ ବଦଳିଯାଏ, କି;ୁ ଗୋଟିଏ କଥା ଆମେ ଅସ୍ୱୀକାର କରିପାରିବୁ ନାହିଁ ଯେ ସେ ସବୁଠାରୁ ଶକ୍ତିଶାଳୀ ରାଜନୈତିକ ବ୍ୟକ୍ତି ଥିଲେ । ତେବେ ଏମରଜେନ୍ସି ସମୟରେ ସେ କିପରି ଥିଲେ, ଆମେ ତାଙ୍କୁ ଦେଖାଇବୁ । ତାଙ୍କ ଶକ୍ତି ସହିତ, ଦେଶରେ ଜରୁରୀକାଳୀନ ପରିସ୍ଥିତି କିପରି ଘଟିଲା, ଆମେ ଆମ ଚଳଚ୍ଚିତ୍ରରେ ସେହି ସବୁ ଦେଖଇବାକୁ ଭାବିଛୁା ତେବେ ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ମନକୁ ଜିଣିବ ବୋଲି ସେ କହିଛନ୍ତି ।

https://twitter.com/_FilmiDuniya_/status/1512804070049796099

https://thetopmost.in/?p=892

https://thetopmost.in/?p=1721