The Topmost

“The eyes believe themselves, the ears believe other people.”

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ସନ

ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ସନ । ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ରାହୁଲ । ଏବେ ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ୪ ବର୍ଷ ତଳରେ ବିବାଦୀୟ ବୟାନ ଦେଇଥିବା ରାହୁଲଙ୍କୁ ଗୁରୁବାର ସୁରତ ସେସନ୍ସ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ । ଯଦିଓ ତାଙ୍କୁ ତୁରନ୍ତ ଏହି ମାମଲାରେ ଜାମିନ୍ ମିଳିଥିଲା, କିନ୍ତୁ ପରଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଯାହାକୁ ନେଇ ପୂରା କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ହଲ୍ଲାବୋଲ ଡାକରା ଦେଇଛି । କୋର୍ଟଙ୍କ ଦ୍ୱାରା ଦଣ୍ଡ ପାଇବା ପରେ କଂଗ୍ରେସ ତା’ର ଅଫିସିଆଲ୍ ଟ୍ୱିଟର୍ ଫ୍ରୋଫାଇଲ୍ ବଦଳାଇଥିଲା । ପ୍ରୋଫାଇଲରେ ‘ଡରୋ ମତ୍’ ବା ଡର ନାହିଁ ବୋଲି ଦର୍ଶାଇଛି କଂଗ୍ରେସ ।