କଂଗ୍ରେସ ଜିତିଲେ ୫୦୦ ଟଙ୍କାରେ ମିଳିବ ଗ୍ୟାସ୍

କର୍ଣ୍ଣାଟକରେ ପ୍ରଚଣ୍ଡ ଜନମତ ସହ ସରକାର ଗଠନ କରିଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ଉପରେ ଫୋକସ କରିଛି। ଚଳିତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକର ସଫଳତା ମଧ୍ୟପ୍ରଦେଶରେ ଦୋହରାଇବା ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା ଭିଡ଼ିଛି। କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ଗୃହିଣୀ, ମହିଳା, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ଲାଭ ଦେବାକୁ ଘୋଷଣା କରିଛି। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ ଲୋକମାନଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ବର୍ତ୍ତମାନ ବଜାରରେ ଗୋଟିଏ ସିଲିଣ୍ଡରର ଦାମ ୧୦୦୦ ଟଙ୍କା ଉପରେ ରହିଛି। ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ଅଧା ଦାମରେ ଦେବ ବୋଲି କହିଛି।

SHARE BY