ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ରାଉରକେଲା ପାନପୋଷ ଛକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ପାର୍ଟନରସିପରେ ସରକାର ଚାଲିଛି । ସଂସଦରେ ଏଭଳି ଦୃଶ୍ୟ ଦେଖିଥିବା କହିଛନ୍ତି ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି । ପାନପୋଷ ପରେ ରାହୁଲ ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସାମୁଣ୍ଡା ପଡିଆରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଣୀବନ୍ଧଠାରୁ ଯାତ୍ରା ଆରମ୍ଭ କରି କୁତ୍ରାରେ ସନସାଧାରଣଙ୍କୁ ଉଦବୋଧନ ଦେବେ । ବଡ଼ଗାଁଠାରେ ମଧ୍ୟ ଜନସାଧାରଣକୁ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ବଡ଼ଗାଁରୁ ବାହାରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ନ ସାଢେ ୪ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ୍ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇଯିବ । ସେଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଅମଲିପାଲିଠାରେ ରାହୁଲ ରାତ୍ରିଯାପନ କରିବେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି