The Topmost

“The eyes believe themselves, the ears believe other people.”

ashokastami

ଓଡ଼ିଶାର ଆଧ୍ୟାତ୍ମ ଜାଗରଣ ଅଶୋକାଷ୍ଟମୀ

ଓଡ଼ିଶାର ଆଧ୍ୟାତ୍ମ ଜାଗରଣର ଦୁଇ ପ୍ରମୁଖ ସ୍ଥାନ ଶ୍ରୀକ୍ଷେତ୍ର ଏବଂ ଏକାମ୍ରକାନନ । ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାତ୍ରାଭଳି ପ୍ରଭୁ ଲିଙ୍ଗରାଜଙ୍କର ମଧ୍ୟ ବହୁଯାତ୍ରା ଅନୁଷ୍ଠିତ ହୋଇଥାଏ । ସେଥିରୁ ଶିବରାତ୍ରି, ଚନ୍ଦନଯାତ୍ରା, ଶିବପାର୍ବତୀ ବିବାହ ଆଦି ଉତ୍ସବ ଗୁରୁତ୍ୱ ବହନ କରିଥାଏ । ସେହିଭଳି ମହାପ୍ରଭୁ ଲିଙ୍ଗରାଜଙ୍କର ବାହ୍ୟପରିକ୍ରମାର ମଧ୍ୟ ବିଧାନ ଅଛି । ପ୍ରଥମାଷ୍ଟମୀରେ ଲିଙ୍ଗରାଜ ମିତ୍ରେଶ୍ୱର ମନ୍ଦିରକୁ ଗମନ କରନ୍ତି କାରଣ ପରମ୍ପରା ଅନୁସାରେ ମିତ୍ରେଶ୍ୱର ଲିଙ୍ଗରାଜଙ୍କର ମାମୁଁ ଅଟନ୍ତି । ସେହିଭଳି ଚନ୍ଦନଯାତ୍ରାରେ ଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ବିନ୍ଦୁସରୋବରରେ ଚାପ ଖେଳନ୍ତି । ସେହିଭଳି ମାଘଶୁକ୍ଳ ସପ୍ତମୀରେ ଭାସ୍କରେଶ୍ୱର ମନ୍ଦିର, ମଦନଭିକା ଉତ୍ସବରେ କୋଟି ତିର୍ଥେଶ୍ୱରକୁ ମନ୍ଦିର, ପର୍ଶୁରାମାଷ୍ଟମୀରେ ପର୍ଶୁରାମେଶ୍ୱର ମନ୍ଦିର, କାର୍ତ୍ତିକମାସରେ ଯମ ଦ୍ୱତିୟାରେ ଯମେଶ୍ୱର ମନ୍ଦିରକୁ ଗମନ କରିଥାଆନ୍ତି । ସେହିଭଳି ଚୈତ୍ର ଅଶୋକାଷ୍ଟମୀରେ ରାମେଶ୍ୱର ମନ୍ଦିରକୁ ରଥରେ ଗମନ କରନ୍ତି ଯାହାକୁ ଋକୁଣା ରଥ ଯାତ୍ରା ବୋଲି କୁହାଯାଇଥାଏ । ଜନ୍ମାଷ୍ଟମୀ, ଗୋଷ୍ଟାଷ୍ଟମୀ, ପ୍ରଥମାଷ୍ଟମୀ, ମୂଳାଷ୍ଟମୀ, ରାଧାଷ୍ଟମୀ ଏହିପରି ଅଷ୍ଟମୀ ତିଥିମାନଙ୍କ ମଧ୍ୟରେ ଅଶୋକାଷ୍ଟମୀ ଶୈବ ସମ୍ପର୍କିତ ଏକ ମହାନ ଅଷ୍ଟମୀ ଯାହା କେବଳ ଲିଙ୍ଗରାଜଙ୍କର ରଥଯାତ୍ରା ଭାବେ ପରିଚାଳିତ ହୋଇଥାଏ । ଏହି ଯାତ୍ରାକୁ ଦେଖିଲେ ଏବଂ ରଥ ଉପରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ବିଭିନ୍ନ ପାତକ ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏକାମ୍ର ପୁରାଣ ବର୍ଣ୍ଣନାନୁସାରେ ୧୪ ବର୍ଷ ବନବାସ କାଳରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ଏକାମ୍ରବନରେ ବାସ କରିଥିଲେ ।

ashokastami
ashokastami @thetopmost-01

thhttps://thetopmost.in/?p=1217

https://thetopmost.in/?p=1212

https://thetopmost.in/?p=1173

https://thetopmost.in/?p=1165

https://thetopmost.in/?p=1128

ଶିବଙ୍କ ପରାମର୍ଶକ୍ରମେ ରାମଚନ୍ଦ୍ର ଏଠାରେ ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ଶତ୍ରୁଘ୍ନେଶ୍ୱର ଏବଂ ଭରତେଶ୍ୱର ନାମକ ଲିଙ୍ଗ ସ୍ଥାପନ କରିଥିଲେ । କିମ୍ବଦନ୍ତୀ ଅନୁସାରେ ଚୈତ୍ର ଅଶୋକାଷ୍ଟମୀ ତିଥିରେ ରାମେଶ୍ୱର ମନ୍ଦିର ପ୍ରତିଷ୍ଠା ହୋଇଥିଲା ଓ ଏହି ପ୍ରତିଷ୍ଠା ଉତ୍ସବରେ ମହାପ୍ରଭୁ ଲିଙ୍ଗରାଜ ଯୋଗ ଦେଇଥିଲେ । ଏଣୁ ଏହାର ସ୍ମାରକୀ ସ୍ୱରୂପ ଅଶୋକାଷ୍ଟମୀରେ ରଥଯାତ୍ରା ବିଧାନ ପ୍ରଚଳିତ ବୋଲି ବର୍ଣ୍ଣନା ରହିଛି ।