୧୯୪୮ ମସିହା ଜୁଲାଇ ୨୬ ତାରିଖ । ଓଡ଼ିଶାର ନ୍ୟାୟିକ ଇତିହାସରେ ସୃଷ୍ଟି ହୋଇଥିଲା ନୂଆ ଅଧ୍ୟାୟ । ଐତିହାସିକ କଟକ ସହରରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା ଓଡ଼ିଶା ହାଇକୋର୍ଟ । ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଏଚ. ଜେ. କାନିଆ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଆସିଫ ଅଲ୍ଲୀ ଅଧ୍ୟକ୍ଷତା କରିଥିଲେ । ପାଟନା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବୀରକିଶୋର ରାୟ ହୋଇଥିଲେ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି । ତାଙ୍କ ସହିତ ଜଷ୍ଟିସ୍ ବି.ଜଗନ୍ନାଥ ଦାସ, ଜଷ୍ଟିସ୍ ଲିଙ୍ଗରାଜ ପାଣିଗ୍ରାହୀ, ଜଷ୍ଟିସ୍ ଆର.ଏଲ.ନରସିଂହମ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଆଜି ପାଳନ ହେଉଛି ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ । ବହୁ ଘାତ ପ୍ରତିଘାତ ଭିତରେ ଓଡ଼ିଶା ହାଇକୋର୍ଟ ବାସ୍ତବ ରୂପ ନେଇଥିଲା ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍