ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଓସମାନ ଚୌଧୁରୀକୁ ଏନକାଉଣ୍ଟର କରିଛି ପୋଲିସ୍ । ଓସମାନ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି । ଏହା ପୂର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୋଲିସ୍ । ପ୍ରୟାଗରାଜର କୌନ୍ଧିଆରା ଅଞ୍ଚଳରେ ଓସମାନ ଲୁଚି ଥିବା ସୂଚନା ପାଇ ପୋଲିସ୍ ଚଢ଼ାଉ କରିଥିଲା । ଏହି ସମୟରେ ଓସମାନ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ତାକୁ ଟାର୍ଗେଟ କରି ଗୁଳି ଚଳାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ପୋଲିସ୍ ତାକୁ ଏସ୍ଆରଏନ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ