ଓଡିଶାରେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେଉଛନ୍ତି ନୂଆ ରାଜ୍ୟପାଳ । ପୂର୍ବାହ୍ନ ୧୦ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ପୁରୀରୁ ସେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରୀ ଯାପନ କରିିବେ । ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶିର୍ବାଦ ନେବେ । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଅଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା