ଓଡିଶାର ୪ ଜଣ ପାଇବେ ପଦ୍ମ ପୁରସ୍କାର । ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ର ପାଇଁ ପଦ୍ମ ପୁରସ୍କାର ମିଳିବ । ସେହିପରି କ୍ରିଷ୍ଣା ପଟେଲଙ୍କୁ କଳା ପାଇଁ ମିଳିବ ପଦ୍ମ ଶ୍ରୀ । କୃଷି ପାଇଁ ପଟ୍ଟାୟତ ସାହୁଙ୍କୁ ମିଳିବ ପଦ୍ମ ଶ୍ରୀ । ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇବେ । କଳା, ସାହିତ୍ୟ, ସମାଜସେବା, ସଂଗୀତ, କ୍ରୀଡା, କୃଷି, ଶିକ୍ଷା, ଚିକିତ୍ସା ଓ ଅଧାତ୍ମିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । ଚଳିତ ବର୍ଷ ପଦ୍ମ ବିଭୁଷଣ, ପଦ୍ମ-ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୬ ଜଣଙ୍କୁ ମନୋନୀତ କରାଯାଇଛି । ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ