ସ୍ବର୍ଗତ ନବ ଦାସ ହତ୍ୟା ମାମଲା । ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇର ବିଏୟୁ । କ୍ରାଇମବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ ପରେ ବିହେବିଏରାଲ ୟୁନିଟ୍ ଆଗ୍ରହ ପ୍ରକାଶ କରିଥିବା ସୂଚନା । ହେଲେ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା ରହିଛି । ସେପଟେ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ସ୍ତରରେ ଆମେରିକା ତଦନ୍ତକାରୀ ସଂସ୍ଥା ଏଫବିଆଇ ସହ ଯୋଗାଯୋଗ କରିବା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ତଦନ୍ତର ସମସ୍ତ ରିପୋର୍ଟ, ବିଭିନ୍ନ ଟେଷ୍ଟ ରିପୋର୍ଟ, ଏଫଆଇଆର କପି ସହ ପ୍ରଥମେ ଗୃହମନ୍ତ୍ରାଳୟ ନିକଟକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ଏକ ଟିମ୍ ମଧ୍ୟ ଗଠନ କରିବ । ଏହାପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏଫବିଆଇ ସହ ଯୋଗାଯୋଗ କରିବ । ତେବେ ମୁଖ୍ୟତଃ ଗୋପାଳର ଆଚରଣ ବିଶ୍ଲେଷଣ କରିବାରେ ଏଫବିଆଇ ସହାୟତା କରିବ ବୋଲି ସୂଚନା ରହିଛି ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା