ଓଡ଼ିଶାରେ କେବଳ ଛୋଟବଡ଼ ଜିଲ୍ଲାରୁ ବିମାନ ଚଳାଚଳ ଆରମ୍ଭ ହେଉନାହିଁ, ବରଂ ଏହି କ୍ଷେତ୍ରରେ ସମୃଦ୍ଧି ଆଣି ଏକ ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂତନ ଯୁଗ ସହ ଉନ୍ନତ ବୈଷୟିକ ନିଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଏହି କ୍ରମରେ ଓଡ଼ିଶାରେ ଏରୋସ୍ପେସ୍ ଓ ପ୍ରତିରକ୍ଷା ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଢେଙ୍କାନାଳର ଗଜମରାଠାରେ ଉତ୍ପାଦନ କାରଖାନା ପ୍ରତିଷ୍ଠା ଲାଗି କଲ୍ୟାଣୀ ଷ୍ଟିଲ୍କୁ ଅନୁମତି ପ୍ରଦାନ କରିଛି। କମ୍ପାନୀ ଏଠାରେ ଟିଟାନିୟମ୍ ମେଟାଲ ଓ ବିମାନ ଯନ୍ତ୍ରାଂଶ ପ୍ରସ୍ତୁତ କରିବ । ଏଥିସହ ଇଣ୍ଟିଗ୍ରେଟେଡ୍ ଆଡଭାନ୍ସ ସ୍ପେସିଆଲିଟି ଷ୍ଟିଲ୍ ଏବଂ ଅଟୋମୋବାଇଲ୍ ଯନ୍ତ୍ରାଂଶ ଉତ୍ପାଦନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ପ୍ରଦାନ କରିବେ। କମ୍ପାନୀ ଏଥିପାଇଁ ୨୬୦୦୦ କୋଟି ଟଙ୍କା ବିନିଯୋଗ କରିବା ସହ ୧୨୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି କହିଛି। ମୁଖ୍ୟତଃ ଉଚ୍ଚଦକ୍ଷତା ସମ୍ପନ୍ନ ଯୁବକ ଯୁବତୀଙ୍କ କର୍ମନିଯୁକ୍ତି ପାଇଁ ଏହି ପ୍ରକଳ୍ପ ବହୁତ ବଡ଼ ସୁଯୋଗ ଦେବ। ଆଇଟିଆଇ, ପଲିଟେକ୍ନିକ୍, ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନବସମ୍ବଳ ଆବଶ୍ୟକତା ପୂରଣ କରିବେ। ଏଥିସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍ଏସ୍ଏମ୍ଇ) ଏବଂ ଷ୍ଟାର୍ଟଅପ୍ କମ୍ପାନୀ ପାଇଁ ମଧ୍ୟ ରୋଜଗାର ମିଳିବ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି