ଆଜିଠୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଏଥିରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଯୋଗଦେବେ । ସକାଳ ୮ଟା ୩୦ରୁ ଭୁବନେଶ୍ୱର ଆଇଜି ପାର୍କରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଭାରତ ଯୋଡୋ ଯାତ୍ରାରେ ସାମିଲ ଯାତ୍ରୀମାନେ ୧୨ କିଲୋମିଟର ଚାଲିବେ । ଆଇଜି ପାର୍କରୁ ବାହାରି ଫୁଲନଖରାରେ ଥିବା ଲଖେଶ୍ୱର ମନ୍ଦିରରେ ପହଂଚିବେ । କେନ୍ଦ୍ର ସରକାର ଦରଦାମ୍ ବୃଦ୍ଧି କରି କିପରି ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି, ସେନେଇ ଘରକୁ ଘର ଯାଇ ଲୋକଙ୍କୁ ଅବଗତ କରିବ କଂଗ୍ରେସ । ଆସନ୍ତାକାଲି ଓ ୨ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଯାତ୍ରା ବନ୍ଦ ରହିବ । ୩ ତାରିଖରୁ ଲକ୍ଷେଶ୍ୱର ମନ୍ଦିରରୁ ଏହି ଯାତ୍ରା ବାହାରି କଟକ ଗୋପାଳପୁର ଯିବ ବୋଲି ସୂଚନା ମିଳିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା