The Topmost

“The eyes believe themselves, the ears believe other people.”

‘ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ’

ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ  । ଯଦି ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ତେବେ ଦେଶର ସବୁଠୁ ଅଧିକ ପୁଞ୍ଜି ଆମ ରାଜ୍ୟକୁ କେମିତି ଆସିଲା ? ବିରୋଧି କେବଳ ହୀନ ରାଜନୈତିକ ସଂକୀର୍ଣ୍ଣତାର ଗଣ୍ଢିରେ ବଞ୍ଚୁଛନ୍ତି  । ଆଇନ ଶୃଙ୍ଖଳା ଓଡ଼ିଶାରେ ବିଗିଡି ଯାଇଛି କହିବାର ଅର୍ଥ, ଶାନ୍ତି ପ୍ରିୟ ଓଡ଼ିଆଙ୍କୁ ଅପମାନ ଓ ଅସମ୍ମାନ । ଏହାକୁ ବିରୋଧି ଦଳ ଓ ବିରୋଧି ଦଳର ନେତା ଭୁଲି ଯାଆନ୍ତୁ ନାହିଁ ବୋଲି ସତର୍କ କରାଇଥିଲେ ନବୀନ  ।