ଓଡ଼ିଶା ମାଗିଲା ଆଦିବାସୀ ହକ୍ । ସଂସଦରେ ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶା ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ବିଭିନ୍ନ ଦାବି ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଏସବୁ ଦାବି ଦୀର୍ଘ ଦିନ ଧରି ପଡିରହିଛି । ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଭାଷାକୁ ସାମିଲ କରିବା ନେଇ ବାରମ୍ବାର ଦାବି ହେଉଛି । ସେହିପରି ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ୧୬୯ ସଂପ୍ରଦାୟକୁ ସାମିଲ କରିବାକୁ ବି ଦାବି ହେଉଛି। କେନ୍ଦୁପତ୍ର ଉପରେ ଅଧିକାଂଶ ଆଦିବାସୀ ପରିବାର ନିର୍ଭରଶୀଳ ଥିବା ବେଳେ ୧୮ପ୍ରତିଶତ ଜିଏସଟି ହଟାଇବା ଦାବି ଶୁଣୁନି କେନ୍ଦ୍ର । ସମସ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏନେଇ ସଂସଦରେ ପୁଣି ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।
“The eyes believe themselves, the ears believe other people.”
More Stories
ମାଛଧରା ବୋଟରେ ହେଉଥିଲା କୋଟିଏ ଟଙ୍କାର ଗୁଆ ଚୋରା ଚାଲାଣ
ଶିଶୁଭବନର ନୂଆ କୋଠା ଲୋକାର୍ପିତ, ବେଡ୍ ସଂଖ୍ୟା 846କୁ ବୃଦ୍ଧି
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ