ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା । ଓଡ଼ିଆରେ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ହେବ । ୟୁପିଏସସି ପରି ଓପିଏସସି କରିବ ଚୟନ ପରୀକ୍ଷା । ପ୍ରଶ୍ନ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ । ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ । ତେବେ ଏନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି । ମାର୍ଗଦର୍ଶିକା ଅନୁସାରେ, ମେନ୍ ପରୀକ୍ଷା ଡାଞ୍ଚାରେ ବି ପରିବର୍ତ୍ତନ ହେବ । ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବାବେଳେ ୪ଟି ପେପରରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ । ୩ଶହ ଲେଖାଏଁ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍ ୬ଶହ ମାର୍କର ପରୀକ୍ଷା ହେବ । ମେନ୍ ପରୀକ୍ଷା ସମୁଦାୟ ୨ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ । ସେହିପରି ମେନ୍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ଉତ୍ତର ଲେଖା ଯାଇପାରିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା