The Topmost

“The eyes believe themselves, the ears believe other people.”

Ponniyin Selvan: Aishwarya Rai's first look @the topmost

ଐଶ୍ୱର୍ଯ୍ୟାଙ୍କ ଖଳନାୟିକା ଲୁକ୍‌

ବଲିଉଡ୍‌ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ୪ ବର୍ଷ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଖୁବଶୀଘ୍ର ଐଶ୍ୱର୍ଯ୍ୟା ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ପୋନ୍ନିୟିନ ସେଲଭନରେ ଜରିଆରେ ସିଲଭର୍‌ ସ୍କ୍ରିନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହାର ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି । ଏହାସହିତ ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ଲୁକ୍‌ ବାହାରକୁ ଆସିଯାଇଛି । ଏଥିରେ ଐଶ୍ୱର୍ଯ୍ୟା ରାୟ ଖଳନାୟିକା ନନ୍ଦିନୀ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ୧୯୫୫ରେ ଲିଖିତ ଏକ ତାମିଲ ଉପନ୍ୟାସ ଉପରେ ନିର୍ମିତ ହୋଇଛି । ଏହି ପୁସ୍ତକରେ ଦକ୍ଷିଣର ଶକ୍ତିଶାଳୀ ଚୋଳ ବଂଶ ଶାସକଙ୍କ କାହାଣୀ ରହିଛି । ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍‌ ହେବାକୁ ଥିବା ବେଳେ ପ୍ରଥମ ଭାଗ ଚଳିତ ବର୍ଷ ୩୦ ସେପଫମ୍ବେରରେ ମୁକ୍ତିଲାଭ କରିବ । ଏଥିରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ବିକ୍ରମ, ଜୟମ ରବି, କାର୍ଥୀ, ତ୍ରିଶା, ସରଖକୁମାର, ରହମାନ ଏବଂ ଐଶ୍ୱର୍ଯ୍ୟା ଲକ୍ଷ୍ମୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

aiswarya’s new film

entertainment news @thetopmost-01