ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଅନ୍ୟ ସବୁ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ୨୦୨୫ର ଏପ୍ରିଲ୍-ଜୁନ୍ ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଯାହା ସାରା ଦେଶକୁ ଆସିଥିବା ମୋଟ୍ ପୁଞ୍ଜିନିବେଶର ୪୦ ପ୍ରତିଶତ। ଅନ୍ୟ ସବୁ ରାଜ୍ୟ ମିଳିତ ଭାବେ ୨.୧ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜି ହାସଲ କରିଛନ୍ତି। ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ ଆମେ କଥା ଦେଇଥିଲୁ, ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ରୋଜଗାର ଓ ବିକାଶର ପଥକୁ ଆହୁରି ପ୍ରଶସ୍ତ କରିବୁ । ଏକ ଉତ୍ତରଦାୟୀ ସରକାର ଭାବେ ଏ ଦିଗରେ ଆମର ନିରନ୍ତର ଉଦ୍ୟମ ଜାରି ରହିଛି। ଆମ ସରକାରଙ୍କ ପ୍ରୟାସରେ ଘରୋଇ ପୁଞ୍ଜି ନିବେଶରେ ସାରା ଭାରତରେ ଓଡ଼ିଶା ଆଜି ଏକ ନମ୍ବର । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି, ଯାହା ସାରା ଦେଶରେ ହୋଇଥିବା ମୋଟ ନିବେଶର ୪୦% ବୋଲି ସେ ଲେଖିଛନ୍ତି।
ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍ଆଇଇ)ର ରିପୋର୍ଟ ଅନୁସାରେ ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାତେଇବାରେ କ୍ରମାନ୍ବୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ (୪୭,୧୧୦ କୋଟି), ହରିୟାଣା (୪୫,୯୩୪ କୋଟି), ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଆଗରେ ରହିଛନ୍ତି। ସାରା ଦେଶକୁ ଏହି ସମୟରେ ୩.୫ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଆସିଥିବା ବେଳେ ସେଥିରୁ ୮୫.୭ ପ୍ରତିଶତ ଏହି ପାଞ୍ଚଟି ରାଜ୍ୟକୁ ଆସିଛି। ପ୍ରଥମ ତ୍ରୈମାସିକରେ ୩୨୪ଟି ନୂଆ ପ୍ରକଳ୍ପ ଘୋଷଣା ହୋଇଥିଲା ଯାହା ୨୦୨୨-୨୩ ପରେ ସବୁଠୁ କମ୍।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ