The Topmost

“The eyes believe themselves, the ears believe other people.”

pankaj-tripathi

ଏହି କଳାକାରଙ୍କୁ ମିଳୁଛି ଦିନକୁ ୨ଟି ଫିଲ୍ମର ଅଫର୍‌

ପଙ୍କଜ ତ୍ରିପାଠୀ ଏପରି ଜଣେ କଳାକାର ଯିଏ ସରଳ ଏବଂ ସ୍ୱାଭାବିକ ଅଭିନୟ ଦ୍ୱାରା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ବିଶିଷ୍ଟ ପରିଚୟ ତିଆରି କରିଛନ୍ତି । ସେ ବଲିଉଡ୍‌ର କଣ୍ଟେଣ୍ଟ୍‌ ପ୍ରଧାନ ସିନେମାର ପୋଷ୍ଟରବୟ । ଏବେ ତାଙ୍କ ପାଖରେ ଆଗାମୀ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ପ୍ରୋଜେକcରେ କାମ କରିବା ପାଇଁ ସମୟ ନାହିଁ । କରୋନା କାଳରେ ପଙ୍କଜଙ୍କ ପାଞ୍ଚଟି ଫିଲ୍ମ ଓ ଦୁଇଟି େୱବ୍‌ସିରିଜ୍‌ ପ୍ରଦର୍ଶିତ ହୋଇଛି ଏବଂ ସବୁକୁ ଦର୍ଶକ ଓ ସମୀକ୍ଷକମାନେ ପ୍ରଶଂସା କରିଛନ୍ତି । ସେ ନିଜସ୍ୱ ଢଙ୍ଗରେ ଜଣେ ନିଆରା ଅଭିନେତା, ଯିଏ ଷ୍ଟାରଡମକୁ ମଧ୍ୟ ନିଜ ଉପରେ ଭାରୀ ହେବାକୁ ଦେଇନାହାନ୍ତି । କେବଳ ସେତିକି ନୁହେଁ ନା ତାଙ୍କ ସାଥିରେ କୌଣସି ପିଆର୍‌ ଟିମ୍‌ ଚାଲନ୍ତି, ନା ସେ ବାଉନ୍ସରଙ୍କ ସୁରକ୍ଷାଚକ୍ରରେ ଘେରି ହୋଇ ରୁହନ୍ତି । ପଙ୍କଜଙ୍କ କହିବା ଅନୁଯାୟୀ ସେ କୌଣସି ଷ୍ଟାର ନୁହନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ଅଳ୍ପ ସମୟ ପାଇଁ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ଲମ୍ବା ଲାଇନ୍‌ ଲାଗିଛି । ଏପରିକି ଦିନକୁ ଦୁଇଟି ଲେଖାଏଁ ପ୍ରୋଜେକଫର ଅଫର୍‌ ଆସୁଥିବା ପଙ୍କଜ ନିକଟରେ ଏକ ମାଗାଜିନକୁ ଦେଇଥିବା ଇଣ୍ଟରଭୁ୍ୟରେ କହିଛନ୍ତି । ଆଗକୁ ପଙ୍କଜ ତ୍ରିପାଠୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ଓଃ ମାଇଁ ଗଡ୍‌-୨ ଆସିବାକୁ ଯାଉଛି ।

https://thetopmost.in/?p=1382

https://thetopmost.in/?p=2063

https://thetopmost.in/?p=1754