The Topmost

“The eyes believe themselves, the ears believe other people.”

ଏସିଆ କପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଏସିଆ କପ୍‌’ ୨୦୨୩ । ଏସିଆ କପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ବିସିସିଆଇ ଚୟନକର୍ତ୍ତାମାନେ ଦିଲ୍ଲୀରେ ଏକ ବୈଠକ ପରେ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆ କପ୍ ଖେଳିବ । ସେପଟେ କେଏଲ ରାହୁଲ ଓ ଶ୍ରେୟସ ଆୟର ଟିମକୁ ଫେରିଛନ୍ତି । ଉଭୟ ଖେଳାଳି ଏବେ ବି ଆଘାତରୁ ଆରୋଗ୍ୟ ଲାଭ କରୁଛନ୍ତି । ତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି । କିନ୍ତୁ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବ ଭଳି ଉପଅଧିନାୟକ ଅଛନ୍ତି ।

ତେବେ ଭାରତ ଗତ ଏସିଆ କପରେ ଫାଇନାଲରେ ପ୍ରବେଶ କରିପାରିନଥିଲା ଓ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଥିଲା । ଏସିଆ କପ୍ ପାଇଁ ଚୟନ ହୋଇଥିବା ଦଳରେ ରୋହିତ ଶର୍ମାଙ୍କ ବ୍ୟତୀତ ଶୁଭମନ ଗିଲ୍, ବିରାଟ କୋହଲି, ତିଳକ ବର୍ମା, ଶ୍ରେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି । ଇଶାନ କିଶନ ଓ କେଏଲ ରାହୁଲଙ୍କୁ ୱିକେଟରକ୍ଷକ ଭାବେ ସାମିଲ କରାଯାଇଛି । ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି । କୁଲଦୀପ ଯାଦବ ଜଣେ ସ୍ପିନର ଫର୍ମରେ ଅଛନ୍ତି । ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜଙ୍କୁ ଏସିଆ କପ୍ ପାଇଁ ଦଳରେ ଚୟନ କରାଯାଇଛି ।