() କେନ୍ଦ୍ର ଉପରେ ବିଜେଡିର ବର୍ଷା । ଏମଏସପି ବୃଦ୍ଧିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଏବଂ ଏହାସହ କେନ୍ଦ୍ର ସରକାରଙ୍କ ନିକଟରେ ୫ଟି ଦାବି ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ବିଧାନସଭାରେ ସର୍ବସମ୍ମତିରେ ହୋଇଥିବା ନିଷ୍ପତ୍ତି ପୂରଣ କରାଯାଉ । ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ । ଏହାସହ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉଠାଇବାକୁ ଦାବି କରିଥିବାବେଳେ ୧୦ ହଜାର ୩୩୪ କୋଟି ଟଙ୍କା ସବସିଡି କେନ୍ଦ୍ର ସରକାର ଦିଅନ୍ତୁ । ଶେଷରେ ୫ ହଜାର ୪୫୨ କୋଟି ଟଙ୍କା ଋଣ ବାବଦ ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେଡି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା