ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂ ଏବେ ବି ଫେରାର । ପଞ୍ଜାବ ପୋଲିସ ଅମ୍ରିତପାଲ ସିଂର ତଲାସି ଜାରି ରଖିଛି । ଅମ୍ରିତପାଲର ୭୮ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଅମ୍ରିତ ପାଲକୁ ନେଇ ଫେକ୍ ନ୍ୟୁଜ ଉପରେ ବିଶ୍ବାସ ନକରିବାକୁ ଅପିଲ କରିଛି ପଞ୍ଜାବ ପୋଲିସ । ହେଟ୍ ସ୍ପିଚ୍ ଓ ଅନ୍ୟାନ୍ୟ ମାମଲାରେ ଅମ୍ରିତପାଲକୁ ଖୋଜୁଛି ପୋଲିସ । ଏହାକୁ ନେଇ ମୋଗା ଜିଲ୍ଲାରେ ଇଣ୍ଟରନେଟ ସେବା ବାତିଲ ହୋଇଛି । ପୂର୍ବରୁ ଅମ୍ରିତପାଲଙ୍କ ୬ ସହଯୋଗୀଙ୍କୁ ଗିରଫ ରଖିଥିଲା ପୋଲିସ । ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂ । ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କ ଦ୍ବାରା ଗଠିତ ହୋଇଥିଲା ସଂଗଠନ । ଗତବର୍ଷ ଫେବ୍ରୁଆରୀରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଦୀପ ସିଦ୍ଧୁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ