The Topmost

“The eyes believe themselves, the ears believe other people.”

ଏପ୍ରିଲ ୧୬ରେ ହେବ ସାଧାରଣ ନିର୍ବାଚନ !

ଆସନ୍ତା ଏପ୍ରିଲ ୧୬ରେ ହେବ କି ସାଧାରଣ ନିର୍ବାଚନ । ଅଫିସରଙ୍କୁ ସର୍କୁଲାର ଜାରି କରିବା ପରେ ବଢିଲା ଚର୍ଚ୍ଚା । ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲା ଦିଲ୍ଲୀ CEO କାର୍ଯ୍ୟାଳୟ । ଏପ୍ରିଲ ୧୬ ସମ୍ଭାବ୍ୟ ନିର୍ବାଚନ ତାରିଖ ବୋଲି ସର୍କୁଲାରରେ ଉଲ୍ଲେଖ ରହିଛି । ଏଥିରେ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ଜଣାଇବାକୁ ସର୍କୁଲାରରେ ନିର୍ଦ୍ଦେଶ ରହିଛି । ଏପ୍ରିଲ ୧୬କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଏହି ସର୍କୁଲାର ଭାଇରାଲ ହେବା ପରେ ସ୍ପଷ୍ଟୀକରଣ ଦେଲେ ଦିଲ୍ଲୀ ସିଇଓ । ଏପ୍ରିଲ ୧୬କୁ କେବଳ ଆନୁମାନିକ ତାରିଖ ଭାବେ ଉଲ୍ଲେଖ କରାଯାଇଥିଲା  । ତେବେ ଏପ୍ରିଲ ୧୬ରେ ନିର୍ବାଚନ ହେବ ବୋଲି ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ  । ଏହି ତାରିଖକୁ ଆନୁମାନିକ ଭାବେ ଲକ୍ଷ୍ୟରେ ରଖି ନିର୍ବାଚନ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ରହିଛି ।

SHARE BY